କୃଷି ସମୃଦ୍ଧି ହେଲ୍ପଲାଇନ ସମ୍ବନ୍ଧରେ ତଥ୍ୟ

କୃଷି ସମୃଦ୍ଧି ହେଲ୍ପଲାଇନ କଣ?

କୃଷି ସମୃଦ୍ଧି ହେଲ୍ପଲାଇନ ଓଡିଶା ସରକାରଙ୍କ କୃଷି ଏବଂ କୃଷକ ସଶକ୍ତିକରଣ ବିଭାଗ ସହଯୋଗରେ ପରିଚାଳିତ ଏକ ମାଗଣା କୃଷି ପରାମର୍ଶ ସେବା ଅଟେ, ଯାହା ଆପଣଙ୍କ ଭଳି କୃଷକମାନଙ୍କୁ ମାଗଣାରେ ଆପଣଙ୍କ ପାଇଁ ପ୍ରସ୍ତୁତ ହେଇଥିବା ବିଶେଷ କୃଷି ପରାମର୍ଶ ଯୋଗାଇ ଦେଇଥାଏ। ବର୍ତ୍ତମାନ ଏହି ପରାମର୍ଶ ସେବାରେ ୭୭ ଲକ୍ଷ୍ୟ ରୁ ଅଧିକ ପଞ୍ଜୀକୃତ କୃଷକ ଲାଭାନ୍ଵିତ ହେଉଛନ୍ତି।

ବାରମ୍ବାର ପଚରାଯାଉଥିବା ପ୍ରଶ୍ନ

୧. ମୁଁ କାହିଁକି ପଞ୍ଜୀକୃତ ହେବି?

କୃଷି ସମୃଦ୍ଧି ହେଲ୍ପଲାଇନ ଫସଲ ଚକ୍ରର ପ୍ରତ୍ୟେକ ଅବସ୍ଥା ପାଇଁ ଏବଂ ଚାଷ ସମ୍ବନ୍ଧୀୟ କାର୍ଯ୍ୟ ପାଇଁ, ଫସଲର ଅବସ୍ଥା ଅନୁଯାଇ ବିଶେଷ ଭାବେ ପ୍ରସ୍ତୁତ ସୂଚନା ଯୋଗାଇଦିଏ। ଏହା ଆପଣଙ୍କୁ ଅଧିକ ଫସଲ ଅମଳ, ଅଧିକ ଦକ୍ଷତାର ସହିତ ରୋଗ ଦମନ କରିବା ଏବଂ ଆପଣଙ୍କ ଅମଳରୁ ସର୍ବୋତ୍ତମ ଆୟ କରିବାରେ ସହାୟକ ହେଇ, ପରିଶେଷରେ ଏକ ଉତ୍ତମ ଜୀବିକା ନିର୍ବାହ କରିବାକୁ ରୂପାନ୍ତରିତ କରିବ। ଅଧିକ ଜାଣିବା ପାଇଁ ଆମର ହେଲ୍ପଲାଇନ ନମ୍ବର ୧୫୫୩୩୩ ଯୋଗାଯୋଗ କରନ୍ତୁ।

୨. ମୁଁ କଣ ସୂଚନା ଏବଂ ପରାମର୍ଶ ପାଇବି?

କୃଷି ସମୃଦ୍ଧି ହେଲ୍ପଲାଇନ ଆପଣଙ୍କୁ ଆପଣଙ୍କ ଆବଶ୍ୟକ ମୁତାବକ, ଆପଣଙ୍କ ପାଇଁ ବିଶେଷ ଭାବେ ପ୍ରସ୍ତୁତ ପରାମର୍ଶ ସେବା ଯୋଗାଇ ଦେବ। ଏହା ସମ୍ପୂର୍ଣ ଫସଲ ଚକ୍ର ପାଇଁ, ମାଟି ପ୍ରସ୍ତୁତି ଠାରୁ ଆରମ୍ଭ କରି ଅମଳ ଗଚ୍ଛିତ ରଖିବା ଏବଂ (ଏମ ଅସ ପି) ସର୍ବନିମ୍ନ ସହାୟକ ମୂଲ୍ୟ ପର୍ଯ୍ୟନ୍ତ ପରାମର୍ଶ ଯୋଗାଇ ଦେବ। କୃଷି ସମୃଦ୍ଧି ହେଲ୍ପଲାଇନ ଓଡିଶାରେ ଚାଷ ହେଉଥିବା ଅଧିକାଂଶ ଫସଲ ଯଥା: ଧାନ, ମୁଗ, ବିରି, ଟମାଟୋ/ବିଲାତି, ବାଇଗଣ, ଚିନାବାଦାମ, ସୋରିଷ, ଆଳୁ, ପିଆଜ, ମକା, ହରଡ, କପା ଇତ୍ୟାଦି ବିଷୟରେ ପରାମର୍ଶ ଯୋଗାଇ ଦିଏ। ଅଧିକନ୍ତୁ, ଏହା ଚାଷ ସମ୍ବନ୍ଧୀୟ ବିଭିନ୍ନ ସରକାରୀ ଯୋଜନା ସମ୍ବନ୍ଧରେ ଆପଣଙ୍କ ମାର୍ଗ ଦର୍ଶନ କରିବ।

୩. ମୁଁ କିପରି ସୂଚନା ପାଇବି, ଏବଂ କେତେ ଅନ୍ତରରେ ସୂଚନା ପାଇବି?

ଆପଣ କୃଷି ସମୃଦ୍ଧି ହେଲ୍ପଲାଇନରୁ ଫୋନ କଲ ମାଧ୍ୟମରେ ପ୍ରଯୁଜ୍ୟ ସୂଚନା ପାଇପାରିବେ। ଏହା ମଧ୍ୟରେ ଆପଣ କୃଷି ସମୃଦ୍ଧି ହେଲ୍ପଲାଇନ ନମ୍ବର ୧୫୫୩୩୩କୁ କଲ କରି ମଧ୍ୟ ଆପଣଙ୍କ ପ୍ରଶ୍ନର ଉତ୍ତର ପାଇପାରିବେ। ଫସଲ ଏବଂ ଋତୁ ଅନୁଯାଇ ସୂଚନା ପାଇବା ସମୟର ଅନ୍ତର ଭିନ୍ନଭିନ୍ନ ହେବ। ଫସଲ ହେଉଥିବା ଋତୁରେ ଆପଣ ସପ୍ତାହକୁ ଥରେ ସୂଚନା ପାଇବେ, ଫସଲ ହେଉ ନଥିବା ଋତୁରେ ଅଧିକ ସମୟ ଅନ୍ତରରେ ସୂଚନା ପାଇବେ। ଅଧିକନ୍ତୁ ଫସଲ ଋତୁ ନିର୍ବିଶେଷରେ, ଆପଣ କୃଷି ସମୃଦ୍ଧି ହେଲ୍ପଲାଇନ ନମ୍ବରକୁ ଫୋନ କରି ସର୍ବଦା ଆପଣଙ୍କ ପ୍ରଶ୍ନର ଉତ୍ତର ପାଇପାରିବେ।

୪. ମୁଁ କିପରି ପଞ୍ଜୀକୃତ ହେଇପାରିବି?

ଆପଣ କୃଷି ସମୃଦ୍ଧି ହେଲ୍ପଲାଇନ ନମ୍ବର ୧୫୫୩୩୩କୁ କଲ କରି ଆମର ଜଣେ ଏଜେଣ୍ଟଙ୍କ ସହିତ କଥା ହେଇପାରିବେ ଏବଂ ଆମେ ଆପଣଙ୍କୁ କୃଷି ସମୃଦ୍ଧି ହେଲ୍ପଲାଇନରେ ପଞ୍ଜୀକୃତ କରିଦେବୁ।

୫. ମୁଁ କେଉଁ ନମ୍ବରରେ ଆପଣଙ୍କୁ କଲ କରିପାରିବି? ଏବଂ ସେମାନେ କେଉଁ ସେବା ପ୍ରଦାନ କରିବେ?

ଆପଣ କୃଷି ସମୃଦ୍ଧି ହେଲ୍ପଲାଇନକୁ ୧୫୫୩୩୩ ନମ୍ବରରେ କଲ କରିପାରିବେ। ଆପଣ ଏହି ନମ୍ବରକୁ କଲ କରି, ଆପଣଙ୍କ ପ୍ରଶ୍ନ ରେକର୍ଡ କରିପାରିବେ, ଋତୁ ଅନୁଯାଇ ଫସଲ ପାଇଁ ପ୍ରଯୁଜ୍ୟ ଗୁରୁତ୍ଵପୂର୍ଣ ସୂଚନା ଶୁଣିପାରିବେ ଏବଂ ଅନ୍ୟ ଗୁରୁତ୍ଵପୂର୍ଣ ବିଷୟରେ ଆଲୋଚନାକୁ ଶୁଣିପାରିବେ। ଏହା ସହିତ ଜଣେ ଏହେଣ୍ଟଙ୍କ ସହିତ କଥା ହେବା ପାଇଁ ଆପଣ ୧୫୫୩୩୩ କୁ କଲ କରନ୍ତୁ ଏବଂ 0 ଦବାନ୍ତୁ।

୬. ମୁଁ କିପରି ନିଜକୁ ଅଣ-ପଞ୍ଜୀକୃତ କରିପାରିବି?

ନିଜକୁ ଅଣ-ପଞ୍ଜୀକୃତ କରିବା ପାଇଁ, ଦୟାକରି ୧୫୫୩୩୩ (ଆଇ ଭି ଆର) କୁ କଲ କରନ୍ତୁ। ଥରେ ଆମେ ଆପଣଙ୍କ ସହିତ କଥା ହେଇ ନିଶ୍ଚିତ ହେଲାପରେ, ଆମେ ଆପଣଙ୍କୁ କୃଷି ସମୃଦ୍ଧି ହେଲ୍ପଲାଇନ ସେବାରୁ ବାଦ ଦେଇଦେବୁ। ଯଦିଓ ଆପଣ ଉପରେ ଦିଆଯାଇଥିବା ପଦ୍ଧତିକୁ ଅନୁସରଣ କରି କୃଷି ସମୃଦ୍ଧି ହେଲ୍ପଲାଇନ ସେବାରେ ପୁନର୍ବାର ପଞ୍ଜୀକୃତ ହେଇପାରିବେ।